ଇଣ୍ଡିଗୋ ସଙ୍କଟ ନେଇ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୦୮/୧୨: ଇଣ୍ଡିଗୋ ସଙ୍କଟ ନେଇ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ । ଦେଶର ସର୍ବୋଚ୍ଚ ଅଦାଲତ ଇଣ୍ଡିଗୋ ସଙ୍କଟରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି ଯେ ସରକାର ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଯଦି ପରିସ୍ଥିତି ସେହିପରି ରହିଥାନ୍ତା ତେବେ ଏହା ଭିନ୍ନ କଥା ହୋଇଥାନ୍ତା । ଆମେ ବୁଝୁଛୁ ଯେ ଲକ୍ଷ ଲକ୍ଷ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ସରକାର ଏହି ମାମଲାକୁ ପରିଚାଳନା କରୁଛନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜାଣିରଖିବା ଉଚିତ ଯେ, ୧୦୦୦ ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ୍ ସମ୍ପର୍କରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ସୁପ୍ରିମକୋର୍ଟ ଆଜି ଅର୍ଥାତ ଡିସେମ୍ବର ୮ ତାରିଖରେ ଏହି ମାମଲାର ଶୁଣାଣି କରିବେ। ସୁପ୍ରିମକୋର୍ଟର ଓକିଲ ନରେନ୍ଦ୍ର ମିଶ୍ର ଏହି ସଙ୍କଟ ନେଇ ତୁରନ୍ତ ହସ୍ତକ୍ଷେପ ପାଇଁ ଏକ ପିଆଇଏଲ୍ ଦାୟର କରିଛନ୍ତି। ପିଟିସନ୍‌ରେ ପ୍ରଭାବିତ ଯାତ୍ରୀଙ୍କ ପାଇଁ ବିକଳ୍ପ ଯାତ୍ରା ଏବଂ କ୍ଷତିପୂରଣ ଦାବି କରାଯାଇଛି।