ଭୁବନେଶ୍ୱର,୪/୧୧: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେଖିବାକୁ ମିଳିବ ଏ ବର୍ଷର ସୁପରମୁନ୍ । ରାତ୍ରି ଆକାଶରେ ଏହା ଅତ୍ୟନ୍ତ ଉଜ୍ଜ୍ବଳ ଦେଖାଯିବ । ପୂର୍ଣ୍ଣିମା ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚିବା ପରେ ସାଧାରଣ ଅପେକ୍ଷା ବଡ଼ ଓ ଅଧିକ ଉଜ୍ଜ୍ୱଳ ଦେଖାଯାଏ । ଯେତେବେଳେ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚେ ତାହାକୁ ପେରିଜି କୁହାଯାଏ । ଏହି ମୁହୂର୍ତ୍ତ ଯଦି ଏକ ପୂର୍ଣ୍ଣିମା ସହିତ ମେଳ ଖାଏ, ତେବେ ଏହାକୁ ସୁପରମୁନ୍ କୁହାଯାଏ । ପେରିଜି ଶବ୍ଦ ଗ୍ରୀକ୍ ମୂଳ ପେରି ଓ ଜିଓରୁ ଆସିଛି। ପେରି ଅର୍ଥ ନିକଟ ଓ ଜିଓ ଅର୍ଥ ପୃଥିବୀ ।ଏକ ସୁପରମୁନ୍ ସମୟରେ ପୂର୍ଣ୍ଣିମା ଚନ୍ଦ୍ର ଅନ୍ୟ ସମୟ ଅପେକ୍ଷା ଉଲ୍ଲେଖନୀୟ ଭାବରେ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଏ । ଏଭଳି ମହାଜାଗତିକ ଘଟଣା ଆସନ୍ତାକାଲି ଦେଖିପାରିବେ ।