ନୂଆଦିଲ୍ଲୀ,୩୦/୦୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ, ମହାରାଷ୍ଟ୍ର ରାଜନୀତିରେ ହଲଚଲ ଦେଖିବାକୁ ମିଳୁଛି । କିଏ ହେବ ଉପ-ମୁଖ୍ୟମନ୍ତ୍ରୀ ସେନେଇ ମଧ୍ୟ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏହା ସ୍ପଷ୍ଟ ହୋଇଛି । ସୁନେତ୍ରା ପାୱାର ଫଡନଭିସ୍ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ସହ ଆସନ୍ତା କାଲି ସେ ପଦ ଓ ଗୋପନୀୟତାର ଶପଥ ପାଠ ନେବେ ବୋଲି ସ୍ପଷ୍ଟ ହୋଇଛି । ସେପଟେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଏ, ତେବେ ସେ ପ୍ରଭାବଶାଳୀ ଭାବରେ କାମ କରିପାରିବେ। ତାଙ୍କ ପାଖରେ ଏବେ ରାଜ୍ୟସଭା ଅଭିଜ୍ଞତା ମଧ୍ୟ ଅଛି । ଏଠାରେ କହିରଖୁଛୁ କି, ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ୨୦୨୪ ଲୋକସଭା ନିର୍ବାଚନରେ ବାରାମତୀ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଠାରେ ତାଙ୍କର ମୁକାବିଲା ଅଜିତ ପାୱାରଙ୍କ ସମ୍ପର୍କୀୟ ଭଉଣୀ ସୁପ୍ରିୟା ସୁଲେଙ୍କ ସହ ହୋଇଥିଲା। ସୁଲେ ତାଙ୍କୁ ପରାସ୍ତ କରିଥିଲେ। ଏହା ସୁନେତ୍ରା ପାୱାରଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଇଥିଲା।