ଭୁବନେଶ୍ୱର, ୧୧/୧୦: ରାଜ୍ୟରେ କଲବଲ କରୁଛି ତାତି । ବାହାରକୁ ବାହାରିଲେ ଦେହ ମୁହଁ ପୋଡି ଯାଉଛି । ପ୍ରବଳ ଉତ୍ତାପରେ ଛଟପଟ ଡାକୁଛନ୍ତି ଜନଜୀବନ । ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଆସନ୍ତା ୧୫ ଯାଏ ପ୍ରବଳ ଖରାରୁ ମିଳିବନି ତ୍ରାହୀ । ଗରମ, ଗୁଳୁଗୁଳି ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ଗତକାଲି ୪୦ ଡିଗ୍ରୀ ଟପିଥିଲା ପାରଦ । ଆଜି ସାଢେ ୮ଟା ସୁଦ୍ଧା ଝାରସୁଗୁଡାରେ ୩୫.୨ ଡିଗ୍ରୀ, ସମ୍ବଲପୁର ୩୪.୪, ହୀରାକୁଦ ୩୪, ବାଲେଶ୍ବର ୩୩ ଡିଗ୍ରୀ , ପୁରୀ ୩୩.୪, ରାଉରକେଲା ୩୨.୮, ଭୁବନେଶ୍ବର ୩୨.୪ ଡିଗ୍ରୀ, ଚାନ୍ଦବାଲି ୩୨.୨, ପାରାଦୀପ ୩୧.୨, ଗୋପାଳପୁର ୩୦.୨ ଡିଗ୍ରୀ, ରେକର୍ଡ କରାଯାଇଛି ।