ଭୁବନେଶ୍ୱର,୦୭/୦୩: ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା। ବିଶ୍ବ ମହିଳା ଦିବସ ଅବସରରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା। ମୋଟ ୧ କୋଟି ୧୨ ଲକ୍ଷ ୫୭ ହଜାର ୬୬୭ଜଣ ଆବେଦନ କରିଥିବା ବେଳେ ଏକ କୋଟି ୨ଲକ୍ଷ ୧୨ହଜାର ୬୬୫ଜଣ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା। ୫ ହଜାର କୋଟିରୁ ଅଧିକ ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ପୁରୀର ତାଳବଣିଆ ଠାରେ ଆୟୋଜନ ହେବ ବିଶାଳ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ମିଳିବ ସୁଭଦ୍ରା ଟଙ୍କା। ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା। ଗ୍ରୀଭାନ୍ସ ପୋର୍ଟାଲରେ ଆସିଥିବା ଅଭିଯୋଗରୁ ୩୬ ହଜାର ୩୮୫ ଜଣ ପାଇବେ ସୁଭଦ୍ରା ଟଙ୍କା। ଏପ୍ରିଲ ମାସରେ ଯାହାକୁ ୨୧ ହେବ ସେମାନେ ଆବେଦନ କରିବେ। ଯେଉଁମାନେ ୨୧ ବର୍ଷ ସେମାନଙ୍କ ପାଇଁ ଏହା ଦ୍ବିତୀୟ କିସ୍ତି ହେବ ।