ଭୁବନେଶ୍ୱର, ୦୮/୦୧: ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା । ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ଖୁବଶୀଘ୍ର ମିଳିବ ସୁଭଦ୍ରା ଟଙ୍କା । ନୂଆ ଭାବେ ଯୋଡ଼ି ହୋଇଥିବା ୧ ଲକ୍ଷ ୭୮ ହଜାର ୩୯୮ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଏହାସହ ବିଭିନ୍ନ କାରଣ ପାଇଁ କଟିଯାଇଥିବା ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ଏଥର ମିଳିବ ଟଙ୍କା । ସେହିପରି ତୃତୀୟ କିସ୍ତି ପାଇଥିଲେ କିନ୍ତୁ ପ୍ରଥମ, ଦ୍ୱିତୀୟ କିସ୍ତିରେ ତାଙ୍କ ନାମ ନଥିଲା । ସେଭଳି ୨ ଲକ୍ଷ ୫୫ ହଜାର ୨୬୫ଜଣ ହିତାଧିକାରୁଙ୍କୁ ମିଳିବ ଟଙ୍କା । ଚଳିତ ସପ୍ତାହରେ ୨୫୦ କୋଟିରୁ ଅଧିକ ଟଙ୍କା ଆକାଉଣ୍ଟକୁ ଯିବ ।