ନୂଆବର୍ଷରେ ଏକାଥରକେ ଦୁଇଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ

ଭୁବନେଶ୍ୱର,୨୯/୧୧: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର । ନୂଆବର୍ଷରେ ଏକାଥରକେ ଦୁଇଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ । ଆମେ ପୋର୍ଟାଲ ଖୋଲିଛୁ । ୨୧ ବର୍ଷ ଯାହାକୁ ହେଲା ସେମାନେ ଆପେ ଆପେ ଯୋଡ଼ି ହେଉଛନ୍ତି ।ସମସ୍ତେ ସୁଭଦ୍ରା ଟଙ୍କା ପାଇବେ ସେଥିପାଇଁ ଆମ ବିଭାଗ କାମ କରୁଛି । କ୍ଷେତ୍ର ପରିଦର୍ଶନ ପରେ ସୁଭଦ୍ରା ଯୋଜନାରେ ଯୋଡ଼ି ହେଲେଣି ୧୭ ଲକ୍ଷରୁ ଉର୍ଦ୍ଧ୍ବ ମହିଳା । ବର୍ତ୍ତମାନ ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ/ଦ୍ୱିତୀୟ କିସ୍ତି ପାଇଛନ୍ତି । ସେଥି ମଧ୍ୟରୁ ୯୭ ଲକ୍ଷ ୫୧ ହଜାର ୪୭୯ ଜଣ ମହିଳା ସୁଭଦ୍ରା ଟଙ୍କା ପାଇଛନ୍ତି ।