ଭୁବନେଶ୍ୱର,୨୧/୦୫: ପୁଣିଥରେ କମ୍ପିବ କଲେଜ ମୈଦାନ। ଏଥର ହୋଇପାରେ ଛାତ୍ର ସଂସଦ ନିର୍ବାଚନ । ଏନେଇ ମିଳିଛି ସିଗନାଲ। ଷ୍ଟେଲରୁ ନେଇ ଅଡ଼ିଟୋରିୟମ ଯାଏ ଚାଲିବ ଜୋରଦାର ଶକ୍ତି ପ୍ରଦର୍ଶନ । ଯୁକ୍ତ ତିନି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜୁଲାଇ ୧୫ରୁ ପାଠପଢା ପାଇଁ ଲକ୍ଷ୍ୟ ରହିଛି । ସବୁକିଛି ଠିକ୍ଠାକ୍ ଚାଲିଲେ ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସରିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଛାତ୍ର ସଂସଦ ନିର୍ବାଚନ ନେଇ କରାଯାଇଥିଲା ଘୋଷଣା । ପୂର୍ବ ବର୍ଷ କେତେକ ସମସ୍ୟା ପାଇଁ ନିଷ୍ପତ୍ତି ଅଟକି ରହିଥିଲା, ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ଏଥିପାଇଁ ଆରମ୍ଭ ହୋଇଛି ପୂର୍ବ ପ୍ରସ୍ତୂତି ।