ଭୁବନେଶ୍ୱର,୦୮/୧୨: ଦୁଇ ଦିନର ସଂଘର୍ଷ ପରେ ଆଖିବୁଜିଲେ ରାଜଗାଙ୍ଗପୁରର ଛାତ୍ରୀ । ନିର୍ଯାତନା ସହିନପାରି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁକ୍ତ ୩ ଛାତ୍ରୀ ଆଜି ରାଉରକେଲା ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡିଯାଇଥିଲା । ଦୁଇଦିନ ଧରି ଜୀବନ ସହ ସଂଗ୍ରାମ କରି ଆଖି ବୁଜିଲେ କଲେଜ ଛାତ୍ରୀ । ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଗାଁର ଛାତ୍ରୀ ୨ ଦିନ ତଳେ ଜଣେ ବ୍ୟକ୍ତିଙ୍କ ମାନସିକ ନିର୍ଯାତନା ସହିନପାରି ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବତୀ । ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲର ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଥିଲା । କ୍ଷତିପୂରଣ ଦାବିରେ ରାଉରକେଲା ହସ୍ପିଟାଲ ଆଗରେ ଆଜି କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା ପରେ ହଟିଥିଲା ଧାରଣା ।