ଭୁବନେଶ୍ୱର,୨୩/୦୯:ମହଙ୍ଗା ପଡ଼ିଲା ଧୃତରାଷ୍ଟ୍ର ଓ ଭଣ୍ତ ସନ୍ନ୍ୟାସୀ ଟିପ୍ପଣୀ ଦେବା । ବିଜେଡି ଦଳରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ନିକଟରେ ସୋସିଆଲ ମିଡିଆ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ ଶ୍ରୀମୟୀ । ଗୋଟିଏ ପରେ ଗୋଟିଏ ସୋସିଆଲ୍ ମିଡ଼ିଆ ପୋଷ୍ଟ୍ କରି ରାଜନୀତି ମହଲରେ ବିସ୍ଫୋରଣ କରିବାରେ ଲାଗି ପଡ଼ିଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । କିଛିଦିନ ତଳେ ଧୃତରାଷ୍ଟ୍ର ଓ ସନ୍ନ୍ୟାସୀ ଉପାଖ୍ୟାନ ପରେ ନାରୀଙ୍କୁ ସମ୍ମାନ ଓ ସହିବାର ସୀମା ବାବଦରେ ଉଲ୍ଲେଖ କରିଥିଲେ ।
ଅନ୍ୟପଟେ ବିଜେଡିର ନୋଟିସ ଜାରି ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମୟୀ । ସେ କହିଛନ୍ତି, ଆତ୍ମସମ୍ମାନ ଓ ସ୍ୱାଭିମାନ ସହ ସାଲିସ୍ କରିନାହିଁ କି କରିବି ନାହିଁ ମଧ୍ୟ ।