ନୂଆଦିଲ୍ଲୀ,୧୧/୧୦: ଡ଼ିଜିସିଏ ମ୍ୟାପରେ ଶ୍ରୀମନ୍ଦିର ରେଡ ଜୋନ ଭାବେ ସ୍ଥାନ ପାଇଛି । ଏହି ରେଡ୍ ଜୋନ୍ ଅନୁଯାୟୀ ସମୁଦ୍ର ପତ୍ତନ ଠାରୁ ୫୦,୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ କୌଣସି ଉଡ଼ାଣ ହୋଇପାରିବ ନାହିଁ। ରେଡ୍ ଜୋନ୍ ପରେ ଆଇନ ଅନୁଯାୟୀ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରିବ। ଏୟାରସ୍ପେସ୍ ମ୍ୟାପରେ କିଛି ଏଭଳି ତଥ୍ୟ ରହିଥିବା ଭାରତ ସରକାରଙ୍କ ଡିଜିସିଏ ୱେବସାଇଟରେ ଉପଲବ୍ଧ ରହିଛି । ଭଲକରି ଦେଖନ୍ତୁ ଏୟାରସ୍ପେସ୍ ମ୍ୟାପକୁ । ଏହାର ଅବଧି ୩ ବର୍ଷ ମଧ୍ୟ ରହିଛି । ମାନେ ୨୦୨୮ ସେପ୍ଟେମ୍ବର ୨୫ ତାରିଖରେ ଏହାର ସମୟସୀମା ସରିବ । ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ଏବେ RED ZONE ଘୋଷଣା ହେବା ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ।