ଖୁବ୍ ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି

ଭୁବନେଶ୍ୱର, ୧୬/୦୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ସାରିବାକୁ ସରକାରଙ୍କୁ ୩ ମାସ ସମୟ ଦେଇଛନ୍ତି ହାଇକୋର୍ଟ ।ଏହି ପ୍ରସଙ୍ଗରେ ପ୍ରଥମେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଘରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା, ସୁରକ୍ଷା ବ୍ୟବସ୍ଥା ଓ ପ୍ରାଶାସନିକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାପରେ  ଲୋକସେବା ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯୋଗ ଦେଇଥିଲେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରମୁଖ । ଏହି ବୈଠକ ପରେ ସୂଚନା ଦିଆଯାଇଛି ଯେ, ଖୁବ୍ ଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି । ୧୯୭୮ର ତାଲିକା ସହିତ ମେଳକ କରାଯିବ । ସମ୍ପୂର୍ଣ୍ଣ ଅଳଙ୍କାରାଦିର ଫଟୋଗ୍ରାଫ୍‌ ସହିତ ଡିଜିଟାଲ୍ କାଟାଲଗ୍ କରାଯିବ । ଗଣତିମଣତିର ସମସ୍ତ ପୂର୍ବ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

Leave a Reply

Your email address will not be published. Required fields are marked *