ଭୁବନେଶ୍ୱର,୧୬/୦୫: ରଥଯାତ୍ରା ସମୟରେ ରତ୍ନଭଣ୍ଡାର, ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରାମତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ପ୍ରଶାସନ ବୈଷୟିକ କୋର କମିଟିର ସଦସ୍ୟ, ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମେତ ଉନ୍ନୟନ ପ୍ରଶାସକଙ୍କ ଉପସ୍ଥିତ ଥିଲେ। ଆସନ୍ତା ଜୁନ୍ ୨୮ରୁ ଜୁଲାଇ ୬ ତାରିଖ ମଧ୍ୟରେ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି ହେବ। ଏହି ସମୟରେ ବିଶେଷ କରି ବାହାର ରତ୍ନଭଣ୍ଡାର ମରାମତି କରାଯିବ। ଭିତର ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ ହୋଇଯାଇଛି। କେବଳ ଚଟାଣ କାମ ବାକି ଅଛି।ପୂର୍ବରୁ ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୯ ରୁ ଜୁନ୍ ୨୭ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଛି। ଚନ୍ଦନଯାତ୍ରା ନୀତି କାନ୍ତି ଥିବାରୁ ମରାମତି କାର୍ଯ୍ୟ ବନ୍ଦ ରହିଛି।