ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ କ୍ୟାମେରା, ଯୁବକ ଅଟକ

ଭୁବନେଶ୍ୱର, ୦୫/୦୮: ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ କ୍ୟାମେରା । ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ଦେଇ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ପ୍ରବେଶ କରୁଥିଲେ ଯୁବକ । ତାଙ୍କୁ ଥାନାରେ ଅଟକ ରଖାଯିବା ସହ ତାଙ୍କ ମୋବାଇଲକୁ ଯାଞ୍ଚ କରାଯାଉଥିବା ବେଳେ କ୍ୟାମେରା ଯୁକ୍ତ ଚଷମାକୁ ଜବତ କରାଯାଇଛି ।ଗତକାଲି ମଧ୍ୟ ଶ୍ରୀମନ୍ଦିରରୁ ଧରା ହୋଇଥିଲା ହିଡେନ୍ କ୍ୟାମେରାଯୁକ୍ତ ଚଷମା । ଜଣେ ଗୁଜୁରାଟୀ ଭକ୍ତଙ୍କଠାରୁ ଧରାପଡିଥିଲା ହିଡେନ୍ କ୍ୟାମେରା ।  ଟାଉନଥାନାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । କିଛିଦିନ ପୂର୍ବରୁ ପୁରୀର ଜଣେ ଯୁବକ ମଧ୍ୟ ଚଷମାରେ ସ୍ପାଏ୍ କ୍ୟାମେରା ନେଇ ଶ୍ରୀମନ୍ଦିରରୁ ଧରାପଡିଥିଲେ । ବାରମ୍ବାର ଏଭଳି ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।