ଭୁବନେଶ୍ୱର,୨୮/୦୫: ଆଜି ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ । ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଯୋଗୁଁ ସନ୍ଧ୍ୟା ୭ଟାରୁ ରାତି ୧୧ଟା ଯାଏ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି । ମହାପ୍ରଭୁଙ୍କ ସ୍ବତନ୍ତ୍ର ରୀତିନୀତି ସହ ହେବ ଶୃଙ୍ଗାର । ଅନ୍ୟପଟେ ରଥକାମକୁ ନେଇ ରଥଖଳା ଚଳଚଞ୍ଚଳ ରହିଛି । ରଥ କାମ ପାଇଁ ଅଭାବ ଥିବାରୁ ରଥଖଳାକୁ ଧଉରା କାଠ ଆସିଥିଲା କିନ୍ତୁ ସେଗୁଡ଼ିକ ବଙ୍କା ଥିବାରୁ ତାହା କାମରେ ଲାଗିପାରିନଥିଲା ।ଏଭଳି ଅଭିଯୋଗ ପରେ ରଥଖଳାରେ ଧଉରା କାଠ ଶୀଘ୍ର ଆସିବା ନେଇ ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି ।