ଚମତ୍କାର ପ୍ରଦର୍ଶନ କରି ଭାରତକୁ ୪୦୮ରନ୍‌ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ,୨୬/୧୧: ଗୌହାଟୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ୪୦୮ରନ୍‌ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍‌ର ଜିତିଥିବା ବେଳେ ଭାରତ କୌଣସି ବି ମ୍ୟାଚରେ ଜିତିପାରିନାହିଁ । ଏହା ଭାରତର ସବୁଠାରୁ ବଡ଼ ଟେଷ୍ଟ ପରାଜୟ । ଏହି ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍‌ରେ ୪୮୯ରନ୍‌ କରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ସେନୁରନ୍ ମୁଥୁସାମି ୧୦୯ ରନ୍‌ କରିଥିଲେ , ଯାହା ସେମାନଙ୍କୁ ୪୮୯ ରନ୍‌ରେ ପହଞ୍ଚିବାରେ ସାହାଯ୍ୟ କରିଥିଲା । ତ୍ରିସ୍ଟନ ଷ୍ଟବ୍ସ ମଧ୍ୟ ୪୯ରନ୍‌ କରିଥିଲେ। ଏହି ଦୁଇଟି ଇନିଂସ୍‌ ବ୍ୟତୀତ କାଇଲ୍ ବେରେନ୍‌ ୪୫ରନ୍‌ କରିଥିଲେ ।ପ୍ରଥମ ଇନିଂସ୍‌ରେ ଭାରତ ପାଇଁ କୁଲଦୀପ ଯାଦବ ୪ଟି ୱିକେଟ୍‌ ନେଇଥିବା ବେଳେ ଜାଦେଜା ଦୁଇଟି ୱିକେଟ୍‌ ନେଇଥିଲେ ।