ହିଟ୍‌ୱେଭ୍‌ ପାଇଁ ସମସ୍ତ ଅର୍ବନ୍ ଲୋକାଲ୍ ବଡି ପାଇଁ SOP ଜାରି

ଭୁବନେଶ୍ୱର,୧୮/୦୩: ସମସ୍ତ ଅର୍ବନ୍ ଲୋକାଲ୍ ବଡି ପାଇଁ ଏକ ବିସ୍ତୃତ SOP ଜାରି କରାଯାଇଛି ଓ କଠୋର ଭାବେ ଏହାକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣି ଯୋଗାଣରେ ଗୁରୁତ୍ୱ ଦିଆଯାଇଛି । ସମସ୍ତ ସହର ଅଞ୍ଚଳରେ ପ୍ରଚୁର ପାଣି ଯୋଗାଣ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ମିଳିଛି । ପାଇପ୍‌ଲାଇନ୍‌ ସମସ୍ତ ଭଲ ଅବସ୍ଥାରେ ରଖିବା ସହିତ, ଯେକୌଣସି ଅଭିଯୋଗକୁ ୨୪ ଘଣ୍ଟା ମଧ୍ୟରେ ସମାଧାନ କରିବାକୁ କୁହାଯାଇଛି । ଜଳ ଅଭାବ ଅଞ୍ଚଳରେ ଟ୍ୟାଙ୍କର୍‌ ଯୋଗେ ପାଣି ପହଞ୍ଚାଇବା ସହିତ ଆବଶ୍ୟକତା ଅନୁସାରେ ଅତିରିକ୍ତ ଟ୍ୟାଙ୍କର୍‌ ବ୍ୟବସ୍ଥା କରାଯିବ । ସମସ୍ତ ଟ୍ୟୁବ୍‌ୱେଲ୍‌ ଓ ହାଣ୍ଡପମ୍ପକୁ ସଚଳ ରଖିବା ସହିତ ମରାମତି ପାଇଁ ପୂର୍ବରୁ ଆବଶ୍ୟକ ସ୍ପେୟାର୍‌ ପାର୍ଟ୍‌ ମହଜୁଦ ରଖିବାକୁ କୁହାଯାଇଛି । ସହର ସ୍ତରର କାର୍ଯ୍ୟାଳୟରେ କଣ୍ଟ୍ରୋଲ୍‌ ରୁମ୍‌ ଖୋଲି ଜଳ ଅଭାବ ସମ୍ବନ୍ଧୀୟ ଅଭିଯୋଗ ନିରାକରଣ କରାଯିବ।IMD ପକ୍ଷରୁ ଜାରି ହେଉଥିବା ହିଟ୍‌ୱେଭ୍‌ ସତର୍କବାଣୀକୁ ନିୟମିତ ଭାବେ ମନିଟରିଂ କରାଯିବ ।  ନିର୍ମାଣ ସାମଗ୍ରୀ ବୋଝାଇ ନେଉଥିବା ଯାନଗୁଡ଼ିକୁ ଟାର୍ପୋଲିନ୍‌ ଦ୍ୱାରା ଢାକିବା ଓ ଗତି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ରହିଛି ।

Leave a Reply

Your email address will not be published. Required fields are marked *