ନୂଆଦିଲ୍ଲୀ,୦୫/୦୨: ସୂର୍ଯ୍ୟରେ ବଡ଼ ହଲଚଲ। ୨୪ ଘଣ୍ଟାରେ ଉଠିଲା ୨୭ଟି ସୌର ଝଡ଼ । ଏହାକୁ ନେଇ ଚିନ୍ତାରେ ଇସ୍ରୋ ସମେତ ସାରା ବିଶ୍ୱର ମହାକାଶ ଗବେଷଣା ସଂସ୍ଥା। ସୌର ଝଡ଼ ଯୋଗୁ ରେଡିଓ ବ୍ଲାକଆଉଟ ହୋଇପାରେ। ଅର୍ଥାତ୍ କିଛି ସମୟ ପାଇଁ ଅଚଳ ହୋଇଯାଇପାରେ ରେଡିଓ ସିଗ୍ନାଲ୍ ଉପରେ ନିର୍ଭର କରୁଥିବା ବୈଦ୍ୟୁତିକ ଉପକରଣ। ରେଡିଓ ସିଗ୍ନାଲ ବ୍ୟାହତ ହେବାକୁ ଥିବାରୁ, ମହାକାଶରେ ପୃଥିବୀ ଚାରିପଟେ ବୁଲୁଥିବା ଅଗଣିତ ସାଟେଲାଇଟ ପ୍ରତି ବିପଦ ଆଶଙ୍କା ରହିଛି । ତେଣୁ ଏହାର ପ୍ରଭାବ ଉପରେ କଡ଼ା ନଜର ରଖିଛି ଇସ୍ରୋ।