ଶ୍ରୀଜିଉଙ୍କ ସ୍ନାନଯାତ୍ରା, ୧୦୮ ଗରା ସୁବାଶୀତ ଜଳରେ ଗାଧେଇବେ ମହାପ୍ରଭୁ

ଭୁବନେଶ୍ୱର,୧୧/୦୬:  ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ପୁରୀରେ ବଡ଼ଦାଣ୍ଡ ଉଠୁଛି ପଡୁଛି । ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦିରେ ବିଜେ କଲେଣି ବଡ଼ବାଡ଼ଗ୍ରାହୀ ଶ୍ରୀବଳଭଦ୍ର । ତାଙ୍କ ପୂର୍ବରୁ ବିଜେ କରିଛନ୍ତି ଚକ୍ରରାଜ ସୁଦର୍ଶନ । ବଡ଼ଭାଇଙ୍କ ପରେ ଆସି ବିଜେ କରିସାରିଛନ୍ତି ମା’ ସୁଭଦ୍ରା । ଏବେ ପହଣ୍ଡି କରି ଆସୁଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ ଆଉ କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଜଗନ୍ନାଥ । ପ୍ରଚଣ୍ଡ ଗରମ , ଗୁଳୁଗୁଳି ଭିତରେ ଆଜି ପ୍ରାଣପ୍ରିୟ ଠାକୁର ଗାଧୋଇବେ । ଦେହକୁ ଶୀତଳ କରିବେ । ସମସ୍ତଙ୍କ ମନ, ଆଖି ସେଇ ଠାକୁରଙ୍କ ଉପରେ । ବଡଦାଣ୍ଡରେ ରୁଣ୍ଡ ହୋଇଛନ୍ତି ଭକ୍ତ । ଆଜି ମସସ୍ତେ ଏକାକାର ନିଜ ପ୍ରିୟ ମହାପ୍ରଭୁଙ୍କ ଭାବନାରେ ।ଆହା କି ଦୃଶ୍ୟ ! ସ୍ନାନ ବେଦୀକୁ ଆରୋହଣ କଲେଣି ମଣିମା ।