ବିଶ୍ୱର ପ୍ରଥମ ସ୍ମାର୍ଟ ଫୋନ ଯିଏ କି ବନ୍ଦ କରିପାରିବ ଅଶ୍ଳୀଳ କଣ୍ଟେଣ୍ଟ !

ଭୁବନେଶ୍ୱର,୨୪/୦୮: ଫିନଲାଣ୍ଡ ଟେକ୍ କମ୍ପାନି ଏଚଏମଡି ତରଫରୁ ସାରା ବିଶ୍ୱରେ ସ୍ମାର୍ଟ ଫୋନ “ଫ୍ୟୁଜ୍’ ଲଞ୍ଚ କରିଛି । କମ୍ପାନି ଦାବି କରିଛି କି, ଏହା ବିଶ୍ୱର ପ୍ରଥମ ସ୍ମାର୍ଟ ଫୋନ ଯିଏ କି ଅଶ୍ଳୀଳ କଣ୍ଟେଣ୍ଟ ବନ୍ଦ କରିପାରିବ । କମ୍ପାନି ତରଫରୁ ଏହି ଫୋନରେ ବ୍ରିଟିଶ ସାଇବର ସିକ୍ୟୁରିଟି ଫର୍ମ ସେଫ୍ ଟୁ ନେଟ୍ର ଏଆଇ ମଡେଲ ହାର୍ମବ୍ଲକ ଇନବିଲିଟି କରିଛି ।

ଏହି ସ୍ମାର୍ଟ ଫୋନ ଅଶ୍ଳୀଳ କଣ୍ଟେଣ୍ଟ ରେକର୍ଡ କରିବା ଓ କାହାକୁ ପଠାଇବାରେ ପ୍ରତିବନ୍ଧକ ଲଗାଇଥାଏ । ଏହାସହ ଇଣ୍ଟରନେଟରେ ଅଶ୍ଳୀଳ ଫଟୋ ଦେଖିବା ଓ ତାକୁ ସେଭ୍ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥାଏ । ଏହାସହ ଲାଇଭ୍ ଷ୍ଟ୍ରମିଂ ବେଳେ ଯଦି କିଛି ଅଶ୍ଳୀଳ ଭିଡିଓ କି ଫଟୋ ଆସେ ତେବେ ମୋବାଇଲ ନିଜେ ନିଜେ ଏହାକୁ ବ୍ଲକ କରିଦିଏ ।

ଏହି ମୋବାଇଲ ବର୍ତ୍ତମାନ କେବଳ ଇଂଲଣ୍ଡରେ ଉପଲବ୍ଧ ହୋଇଛି । ଏହା ଭୋଡାଫୋନ ସହ ବଣ୍ଡଲ ଅଫରରେ ବିକ୍ରି ହେଉଛି । ଏହି ଫୋନ ପାଇଁ ଆପଣଙ୍କୁ ପ୍ରତିମାସ ୩ ହଜାର ୮ ଶହ ଟଙ୍କା ଦେବାକୁ ପଡିବ । ଏହି ଫୋନରେ କଲ ଓ ଇଣ୍ଟରନେଟର ସୁବିଧା ମଧ୍ୟ ଉପଲବ୍ଧ ରହିଛି ।

କମ୍ପାନୀ ଏହି ଫୋନକୁ ବିଶେଷ କରି ଛୋଟ ପିଲା ଓ ସ୍କୁଲ ପିଲାଙ୍କ ପାଇଁ ପ୍ରସ୍ତୁତ କରିଛି । କାରଣ ଏବେର ସ୍କୁଲ ପିଲାମାନେ ପାଠ ପଢା ବେଳେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ।