ଏଣିକି ଘରେ ଲାଗିବ ସ୍ମାର୍ଟ ମିଟର, ମିଟର ଭଡ଼ା ଦେବେ ସରକାର

ଭୁବନେଶ୍ୱର,୨୫/୧୨:  ଏଣିକି ଘରେ ଲାଗିବ ସ୍ମାର୍ଟ ମିଟର । ସ୍ମାର୍ଟ ମିଟରରେ ଆସିବ ବିଲ୍ । ରାଜ୍ୟରେ ଶତ ପ୍ରତିଶତ ସ୍ମାର୍ଟ ମିଟର ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା-ସ୍ମାର୍ଟ ମିଟର ସଂଯୋଗର ପ୍ରଥମ ପର୍ଯ୍ୟାୟ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ନୂଆ କରି ଲାଗିବାକୁ ଥିବା ସ୍ମାର୍ଟ ମିଟର ପାଇଁ ଉପଭୋକ୍ତାଙ୍କୁ କୌଣସି ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡ଼ିବ ନାହିଁ । କେବଳ ସେତିକି ନୁହେଁ, ଖୁଚୁରା ଯୋଗାଣ ଟାରିଫ୍ ବା ସେମାନଙ୍କର ବିଦ୍ୟୁତ୍ ବିଲ୍ ଶୁଳ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଶକ୍ତି ବିଭାଗ କହିଛି । କିନ୍ତୁ ଏହି ସ୍ମାର୍ଟ ମିଟର ଉପରେ ପ୍ରଶ୍ନ ଉଠାଇଲେଣି ଶକ୍ତି ସମୀକ୍ଷକ । ଉପଭୋକ୍ତାଙ୍କ ଘରେ ମିଟର ଲାଗିଥିବ କିନ୍ତୁ ଏହାର ରିମୋର୍ଟ ରହିବ ଘରୋଇ ସଂସ୍ଥା ପାଖରେ ।