ଓଡ଼ିଶାରେ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ SIR ପ୍ରକ୍ରିୟା।

ଭୁବନେଶ୍ୱର, ୦୬/୦୩: ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ଆଗାମୀ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି SIR ପ୍ରକ୍ରିୟା। ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ୨୦୨୫ ଭୋଟର ତାଲିକାକୁ ୨୦୦୨ ରୋଲ ସହିତ ମ୍ୟାପିଂ କରାଯାଉଛି । ଏପର୍ଯ୍ୟନ୍ତ  ୯୦% ଭୋଟରଙ୍କ ନାମ ଓ ପିତାଙ୍କ ନାମ ୨୦୦୨ ରୋଲ ସହିତ ମାପିଙ୍ଗ ସରିଛି। ଏପ୍ରିଲ ୧ ତାରିଖ ଭିତରେ ୮% ଲୋକଙ୍କ ମାଫିଙ୍ଗ କରାଯିବ। ବାକି ୧୦% ଭୋଟରଙ୍କ ମାପିଙ୍ଗ କରିବାକୁ କଷ୍ଟ ହେଉଛି।  ୯୫% ଲୋକଙ୍କୁ ମାପିଙ୍ଗ କରିଦେଲେ ଏସଆଇଆର ପାଇଁ ସୁବିଧା ହେବ। ଓଡ଼ିଶାରେ ଏସଆଇଆରକୁ ନେଇ ୯୦% ଲୋକଙ୍କ ପାଇଁ କିଛି ସମସ୍ୟା ନାହିଁ। ସହରାଞ୍ଚଳରେ ମାପିଙ୍ଗ ପାଇଁ ସମସ୍ୟା ହେଉଛି। ଇସିଆଇଏନଇଟି ମୋବାଇଲ ଆପ୍ସ – କ୍ୟୁଆର କୋର୍ଡ ଆଧାରରେ ଭୋଟର, ନିଜ ବିବରଣୀ ଖୋଜି ପାରିବେ।

Leave a Reply

Your email address will not be published. Required fields are marked *