କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ୯ ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର,୨୨/୧୨: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ବିତିଲାଣି ମାସେ । କିନ୍ତୁ ତାଙ୍କ ମୃତ୍ୟୁର କାରଣକୁ ନେଇ ବିବାଦ ଏବେବି ଥମିନି । ପୁଅ ମୃତ୍ୟୁର ମାସେ ପରେ ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନ ସାଗରଙ୍କ ମାଆ ଶେଫାଳି ସୁନା । ହ୍ୟୁମାନଙ୍କ ମା’ଙ୍କ ଅଭିଯୋଗ ଆଧାରରେ ମୋଟ୍ ୯ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହାସହ ୩ ଜଣଙ୍କୁ ନୋଟିସ୍ ଜାରି କରିଛି । ସେହି ୩ ଜଣ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ହ୍ୟୁମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଶୁଭେନ୍ଦୁ ମିଶ୍ର, ବାନ୍ଧବୀ ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ମ୍ୟାନେଜର ଦିନେଶ ବେହେରା, ମହମ୍ମଦ ଆବିଦ୍ ଓରଫ ବବ୍‌ଲୁ, ପ୍ରଶାନ୍ତ ବେହେରା, ସୋମେଶ ଶତପଥୀ, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତିଙ୍କ ନାଁରେ ଏତଲା ଦାୟର କରାଯାଇଛି ।