ରକେଟ୍ ବେଗରେ ବଢ଼ୁଛି ରୁପା, ସୁନା ଦର ବି ଆକାଶ ଛୁଆଁ: ଜାଣନ୍ତୁ କାହାର ରହିଛି କେତେ ଦାମ?

ଭୁବନେଶ୍ୱର,୨୮/୧୨: ରକେଟ୍ ବେଗରେ ବଢ଼ୁଛି ରୁପା। ଦିନକରେ ୨୦ ହଜାର ବଢ଼ିଲା । ଡିସେମ୍ବରରେ ବଢ଼ିଲାଣି ୭୮ ହଜାର ଟଙ୍କା। ଦେଶରେ ସୁନା,ରୁପା ଦର ଦ୍ରୁତ ବେଗରେ ବଢ଼ୁଛି। ଶନିବାର ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ ପିଛା ରେକର୍ଡ ୨୦ ହଜାର ଟଙ୍କା ବୃଦ୍ଧି ଘଟିଛି। ଏଥିଯୋଗୁ ରୁପା ଦର ୨,୭୪,୦୦୦ ହଜାର ଟଙ୍କାରେ ପହଞ୍ଚିଛି । ଚଳିତମାସରେ ରୁପା ମୂଲ୍ୟରେ ହେଉଥିବା ବୃଦ୍ଧି ଉପରେ ନଜର ପକାଇଲେ ଜଣାଯାଏ ଭୁବନେଶ୍ବରରେ ଡିସେମ୍ବର ୧ ତାରିଖରେ ଏହା କିଲୋଗ୍ରାମ ପିଛା ୧,୯୬,୦୦୦ ଟଙ୍କା ସ୍ତରରେ ରହିଥିଲା। କିନ୍ତୁ ଗତ ୨୭ ଦିନ ଭିତରେ ଏଥିରେ ୭୮ ହଜାର ଟଙ୍କା ବୃଦ୍ଧି ଘଟିଛି। ସେହିପରି ଶନିବାର ସୁନା ଦର ଭୁବନେଶ୍ବର ବଜାରରେ ୧୨୦୦ ଟଙ୍କାର ବୃଦ୍ଧି ଘଟିଛି ।  ଏଥିଯୋଗୁ ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍‌ ପିଛା ଦର ୧,୪୧,୨୨୦ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦରରେ ୧୧୦୦ ଟଙ୍କା ବୃଦ୍ଧି ଘଟି ୧୨୯୪୫୦ ଟଙ୍କାରେ ପହଞ୍ଚିଛି ।