ଭୁବନେଶ୍ୱର,୨୮/୦୭: ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଭଗବାନ ଶିବଙ୍କର ଜଳାଭିଷେକ, ରୁଦ୍ରାଭିଷେକ ଏବଂ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଜି ଉତ୍ତମ ଯୋଗ ସୃଷ୍ଟି ହେଉଥିବାରୁ ଶିବ ଭକ୍ତଙ୍କ ଗହଳି ଲାଗିଛି ଶୈବ ପୀଠରେ । ଜଳାଭିଷେକ କରିବା ପାଇଁ ବିଭିନ୍ନ ଶୈବପୀଠରେ ଲାଗିଛି ଗହଳି। ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଏକ ଅତ୍ୟନ୍ତ ପବିତ୍ର ମାସ ଭାବରେ ବିବେଚନା କରାଯାଏ । ଏହି ମାସ ଭଗବାନ ମହାଦେବଙ୍କୁ ସମର୍ପିତ । କୁହାଯାଏ ଶ୍ରାବଣ ମାସ ଭଗବାନ ଶିବଙ୍କର ଅତି ପ୍ରିୟ ମାସ । ଶ୍ରାବଣ ମାସରେ କାଉଡ଼ି ଯାତ୍ରାର ବିଶେଷ ମହତ୍ତ୍ୱ ରହିଛି । ଆଜି କାଉଡିଆମାନେ ବିଭିନ୍ନ ନଦୀରୁ ପାଣି ଭାର ନେଇ ବିଭିନ୍ନ ଶୈବ ପିଠରେ ଜଳାଭିଷେକ କରୁଛନ୍ତି । ଜଳାଭିଷେକରେ ଭଗବାନ ଶିବ ପ୍ରସନ୍ନ ହୋଇ ଭକ୍ତଙ୍କର ସମସ୍ତ ମନୋକାମନା ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି ।