ନୂଆଦିଲ୍ଲୀ,୧୧/୦୨: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଟମ୍ବଲର ରିଜ୍ ସେକେଣ୍ଡାରୀ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ଏହାଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ପୁଲିସ କହିଛି, ଅନେକ ଲୋକଙ୍କୁ ଟାର୍ଗେଟ କରାଯାଇଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି । ଖବର ପାଇବା ପରେ ତୁରନ୍ତ ସତର୍କ ସୂଚନା ଜାରି କରାଯାଇଥିଲା। ପୁଲିସ ଗୁଳିରେ ଜଣେ ଆକ୍ରମଣକାରୀ ନହତ ହୋଇଛନ୍ତି ।ପ୍ରାଥମିକ ତଦନ୍ତରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି କି ନାହିଁ ତାହାର ତଦନ୍ତ କରାଯାଉଛି।