ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ

ଭୁବନେଶ୍ୱର,୨୯/୦୫: ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବା ପରେ ସଡ଼କ ପଥରେ ପୁରୀ ଯାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ସେଠାରେ ସେ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ଅଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ସାମିଲ ହେବେ କେନ୍ଦ୍ର କୃଷିମନ୍ତ୍ରୀ । ପୁରୀରୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ । କୃଷି ଉତ୍ପାଦନ ବଢ଼ାଇବା, ଉତ୍ପାଦନ ଖର୍ଚ୍ଚ କମାଇବା ସହ ଚାଷକୁ ଲାଭଦାୟକ ବ୍ୟବସାୟ କରିବାକୁ ସରକାର ଚେଷ୍ଟା କରୁଛନ୍ତି । ଏହି ଅଭିଯାନ ମାଧ୍ୟମରେ ଚାଷ ଖେତକୁ ବୈଜ୍ଞାନିକ ଯିବେ ଏବଂ ଚାଷୀଙ୍କ ସହ ଆଲୋଚନା କରିବେ । ଚାଷ ଜମିରେ ଲ୍ୟାବ୍ ରିସର୍ଚ୍ଚ ଇମ୍ପ୍ଲିମେଣ୍ଟ୍ ହେବ । ସେହିପରି “ଏକ ପେଡ୍ ମାଆ କେ ନାମ୍ ଅଭିଯାନ” ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେବ । ଆଜି ସକାଳ ୮ଟା ୩୦ ଠାରୁ ୧୦ ଟା ୩୦ ମଧ୍ୟରେ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗନେବେ କେନ୍ଦ୍ର କୃଷିମନ୍ତ୍ରୀ ।

Leave a Reply

Your email address will not be published. Required fields are marked *