ନୂଆଦିଲ୍ଲୀ, ୧୭/୧୧: ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ଆଜି ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ରାୟ ଶୁଣାଇ ଫାଶୀଦଣ୍ଡ ଶୁଣାଇଛନ୍ତି । ତାଙ୍କୁ ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବାଂଲାଦେଶ କୋର୍ଟ । ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ହୋଇଥିଲା ମାମଲା । ରାଜଧାନୀ ଢାକା ସମେତ ସମଗ୍ର ବାଂଲାଦେଶରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ୍ଙ୍କ ରାୟ ପୂର୍ବରୁ ଦେଶରେ ଜାରି ହୋଇଥିଲା ହାଇଆଲର୍ଟ ।
ସୂଚନାଯୋଗ୍ୟ ଯେ ୨୦୨୪ ମସିହା ଜୁଲାଇ ମାସରେ ସରକାରୀ ଚାକିରିରେ ଥିବା କୋଟା ବ୍ୟବସ୍ଥାର ସଂସ୍କାର ଦାବିରେ ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଥିଲେ । କିନ୍ତୁ ଏହି ଆନ୍ଦୋଳନ ଏକ ବଡ଼ ଜନ ଆନ୍ଦୋଳନର ରୂପ ନେଇଥିଲା, ଯେଉଁଥିରେ ଶେଖ ହସିନାଙ୍କ ଇସ୍ତଫା ଦାବି କରାଯାଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଥିଲେ ।