ଓଡ଼ିଶା ତିଆରି ସେମିକଣ୍ଡକ୍ଟର ଚିପକୁ ପ୍ରଧାନମନ୍ତ୍ରୀଙ୍କ ହାତରେ ଦେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୨/୦୯ : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ସେମିକଣ୍ଡକ୍ଟର ଚିପ୍‌କୁ ଉନ୍ମୋଚନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ପ୍ରସ୍ତୁତ ୩ଟି ସେମିକଣ୍ଡକ୍ଟର ଚିପ୍ ଭେଟି ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍‌ ଇଣ୍ଡିଆ-୨୦୨୫ରେ ଏହି ଚିପ୍ ପ୍ରଦାନ କରାଯାଇଛି । ଏନ୍‌ଆଇଟି ରାଉରକେଲାରେ ପ୍ରସ୍ତୁତ ୨ଟି ଓ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ପ୍ରସ୍ତୁତ ଗୋଟିଏ ଚିପ୍‌ ପ୍ରଦାନ କରିଛନ୍ତି ଅଶ୍ବିନୀ ବୈଷ୍ଣବ । ସେମିକନ୍ ଇଣ୍ଡିଆ ୨୦୨୫ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚାରିଟି ଅନୁମୋଦିତ ସେମିକଣ୍ଡକ୍ଟର ପ୍ରକଳ୍ପର ‘ବିକ୍ରମ’ ୩୨-ବିଟ୍ ପ୍ରୋସେସର୍ ଓ ପରୀକ୍ଷଣ ଚିପ୍ସ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇଛନ୍ତି । ସେମିକନ୍‌ ଇଣ୍ଡିଆ-୨୦୨୫ରେ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ରହିଥିବାରୁ ଏଥିରେ ସାମିଲ ହୋଇ କିପରି ଓଡିଶା ଭାଗିଦାରୀ ହୋଇପାରିବ ସେନେଇ ପ୍ରସ୍ତାବ ରଖିଛନ୍ତି ।