ଭୁବନେଶ୍ୱର,୧୯/୦୬: ଯାଜପୁରରେ ୨୪ ପର୍ଯ୍ୟନ୍ତ ସ୍କୁଲ ଛୁଟି । ଡାଇରିଆ ସ୍ଥିତି ଅଣାୟତ୍ତ ଥିବାରୁ ସ୍କୁଲ୍ ଛୁଟି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ । ତେବେ ଶିକ୍ଷକ ଓ ଅଙ୍ଗନବାଡି କର୍ମୀ ଆସି ସ୍କୁଲ ପରିମଳ ବ୍ୟବସ୍ଥା ପରଖିବେ । ଡାଇରିଆ ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ଜିଲ୍ଲାପାଳମାନେ ନେଇପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ । ଏହି ଆଧାରରେ ଯାଜପୁର ଜିଲ୍ଲାରେ ଶହ ଶହ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବାରୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୨୦ ତାରିଖରେ ସ୍କୁଲ୍ ଖୋଲିବାକୁ ଥିଲା ।