ଭୁବନେଶ୍ୱର,୧୭/୦୬: ରାଜ୍ୟରେ ସ୍କୁଲ୍ ଖୋଲିବା ନେଇ ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଖରାଛୁଟି ଶେଷ ହେବାକୁ ଥିବାବେଳେ ଖୁବଶୀଘ୍ର ସ୍କୁଲ ଖୋଲିବାକୁ ଯାଉଛି । ତେବେ ସ୍କୁଲ କେବେ ଖୋଲିବ ସେନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯେଉଁ ଦ୍ୱନ୍ଦ୍ୱରେ ରହିଥିଲେ ତାହା ଦୂର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆସନ୍ତା ୨୦ ତାରିଖରେ ସମସ୍ତ ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ୨୦ ରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଖୋଲିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ସରକାର ନିଷ୍ପତ୍ତି ନେଇଛନ୍ତି ୨୦ରେ ହିଁ ଖୋଲିବ । ଯାହା ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଇଛି । ସ୍କୁଲ୍ ଖୋଲିବା ପୂର୍ବରୁ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପୂର୍ବରୁ ଜୁନ ୧୮ ତାରିଖରେ ସ୍କୁଲ ଖୋଲିବ ବୋଲି କୁହାଯାଉଥିଲା । ପରବର୍ତ୍ତୀ ସମୟରେ ୧୮ ପରିବର୍ତ୍ତେ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏନେଇ ଦ୍ୱନ୍ଦ୍ୱରେ ରହିଥିଲେ । ସମସ୍ତ ଦ୍ୱନ୍ଦ୍ୱ ଦୂର କରିବା ସହ ସ୍କୁଲ ୨୦ରେ ଖୋଲିବା ନେଇ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏନେଇ ସମସ୍ତ ଡିଇଓ ଏବଂ ବିଇଓଙ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି । ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।