ଭୁବନେଶ୍ୱର,୧୮/୦୬: ଚଳିତ ମାସ ୨୦ରେ ଖୋଲିବାର ଥିଲା ରାଜ୍ୟର ସମସ୍ତ ସ୍କୁଲ୍ । କିନ୍ତୁ ୨୦ରେ ମଧ୍ୟ କଟକ ଓ ଭୁବନେଶ୍ୱରରେ ଥିବା ବିଦ୍ୟାଳୟ ବନ୍ଦ ରହିବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଟ୍ୱିନ୍ ସିଟିର ସ୍କୁଲ୍କୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ସରକାରୀ , ବେସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ୍ଗୁଡ଼ିକ ବନ୍ଦ ରହିବ । ବିପୁଳ ଜନସମାଗମ ହେବା ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର , କଟକ ମହାନଗର ନିଗମ ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ଉପୁଜିପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।