ଶ୍ରାବଣ ମାସରେ ଜଳାଭିଷେକ କରିବେ କାଉଡିଆ, ହରିଦ୍ୱାରରେ ସ୍କୁଲ ଏବଂ କଲେଜ୍‌ ବନ୍ଦ

ନୂଆଦିଲ୍ଲୀ, ୧୦/୦୭: ଆସନ୍ତାକାଲିଠୁ ଆରମ୍ଭ ଶ୍ରାବଣ ମାସ । ଜୁଲାଇ ୧୪ରେ ଶ୍ରାବଣର ପ୍ରଥମ ସୋମବାର । ମହାଦେବଙ୍କଠି ଜଳାଭିଷେକ କରିବା ପାଇଁ କାଉଡିଆ ପାଣିଭାର ନେବେ । ବିଭିନ୍ନ ଶୈବ ପିଠରେ ଲାଗିବ ଭିଡ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଶୈବ ପିଠମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କାଉଡିଆ ଯାତ୍ରାକୁ ଦୃଷ୍ଟିରେ ରଖି ହରିଦ୍ବାରରେ ସ୍କୁଲ ଏବଂ କଲେଜ୍‌ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ସମୟରେ ଛାତ୍ରଛାତ୍ରୀମାନଙ୍କର ଅନଲାଇନ୍‌ କ୍ଲାସ ଚାଲିବ ।କାଉଡିଆ ଯାତ୍ରା ସମୟରେ ଭିଡ ରହିବ ଏବଂ ରାସ୍ତା ବନ୍ଦ ରହିବ ଯେଉଁଥିପାଇଁ ସରକାରୀ, ବେସରକାରୀ, ଉଚ୍ଚ ଶିକ୍ଷା ସଂସ୍ଥା, ଅଙ୍ଗନୱାଡି କେନ୍ଦ୍ର ୧୪ ରୁ ୨୩ ଜୁଳାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ତେବେ ଏଠି କହି ରଖୁଛୁ ଯେ, ହରିଦ୍ବାରରୁ କାଉଡିଆ ଯାତ୍ରା ପାଇଁ ମୁଖ୍ୟ ରାସ୍ତା ଋଷିକେଶ ଅଭିମୁଖେ ଯାଏ । ଏଠାରୁ ସମସ୍ତ କାଉଡିଆ ନୀଳକଣ୍ଠ ମହାଦେବ ମନ୍ଦିର ଏବଂ ଅନ୍ୟାନ୍ୟ ଶିବ ମନ୍ଦିର ଦର୍ଶନ କରିବା ପରେ ଆଗକୁ ବଢ଼ିଥାନ୍ତି ।