ଭୁବନେଶ୍ୱର,୧୭/୦୨: ନିଲମ୍ବନ ପରେ ବଦଳିଲା ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ବସିବା ସିଟ୍ । ଅରବିନ୍ଦ ମହାପାତ୍ରଙ୍କ ସିଟ୍ ଆଗରୁ ଥିଲା G19, ଏବେ ହେଲା F19 । ସନାତନ ମହାକୁଡଙ୍କ ସିଟ ଆଗରୁ ଥିଲା F14, ଏବେ ହେଲା F21 । ଅରବିନ୍ଦ ମହାପାତ୍ରଙ୍କ ସିଟ୍ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହୋଇଛି । ମାଧବ ଧଡାଙ୍କ ସିଟ ସହ ପରିବର୍ତ୍ତନ ହେଲା ସନାତନ ମହାକୁଡଙ୍କ ସିଟ୍ । ଉଭୟଙ୍କୁ ବିଜେଡିରୁ ନିଲମ୍ୱନ କରାଯାଇଛି। ସେପଟେ ପାଟକୁରା ବିଧାୟକ ଅରବିନ୍ଦ ଆଜି ସାଂଘାତିକ ବୟାନ ଦେଇଛନ୍ତି । ସେ କହିଛନ୍ତି, ବିଜେଡିର ଅନେକ ନେତା ଏବେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେମାନେ ନିଲମ୍ବନ କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବା କହିଛନ୍ତି ଅରବିନ୍ଦ।