ଏଣିକି ସବୁ ମୋବାଇଲରେ ରହିବ ସାଇବର୍ ସୁରକ୍ଷା ଆପ୍ ସଂଚାର ସାଥୀ

ନୂଆଦିଲ୍ଲୀ,୨/୧୨: ଏଣିକି ସବୁ ମୋବାଇଲରେ ରହିବ ସାଇବର୍ ସୁରକ୍ଷା ଆପ୍। ପ୍ରତ୍ୟେକ ନୂଆ ସ୍ମାର୍ଟଫୋନରେ ସାଇବର ସୁରକ୍ଷା ଆପ୍ ସଂଚାର ସାଥୀ ପ୍ରି ଇନଷ୍ଟଲ୍ କରାଯିବ । ଫୋନ୍ ପ୍ରସ୍ତୁତ ହେଉଥିବା ସମୟରେ ସଂଚାର ସାଥୀ ଲୋଡ୍ କରିବାକୁ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଟେଲିକମ୍ ବିଭାଗ। କୌଣସି ପରିସ୍ଥିତିରେ ସେହି ଆପକୁ କେହି ଡିଲିଟ୍ କିମ୍ବା ଅନଇନଷ୍ଟଲ୍ କରିପାରିବେ ନାହିଁ। ସାଇବର ଠକେଇ ବିରୋଧ ଲଢେଇକୁ ଜୋରଦାର କରିବାକୁ ଏଭଳି ପଦକ୍ଷେପ ନିଆଯିବା ସହିତ ଏଥିପାଇଁ ମୋବାଇଲ୍ କମ୍ପାନୀମାନଙ୍କୁ ୯୦ ଦିନର ସମୟ ଦିଆଯାଇଛି। ପୁରୁଣା ଫୋନରେ ସଫ୍ଟୱେର୍ ଅପଡେଟ୍ ଜରିଆରେ ଏହାକୁ ଇନଷ୍ଟଲ୍ କରାଯିବ। ଏହି ଆପ୍ ନକଲି IMEMI ନମ୍ବର ସ୍କାମ୍, ସାଇବର ଠକେଇ ଓ ଫୋନ୍ ଚୋରି ରୋକିବାରେ ସହାୟକ ହେବ। କମ୍ପାନୀ ମାନେ ନିୟମ ପାଳନ କରି ୧୨୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ। ସଂଚାର ସାଥୀ ଆପ୍ ସରକାରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏକ ସାଇବର୍ ସୁରକ୍ଷା ଟୁଲ୍। ଯାହା ୭ ଲକ୍ଷରୁ ଅଧିକ ଚୋରି ଫୋନ୍ ଫେରାଇ ଆଣିବାରେ ସହାୟକ ହୋଇଛି।