ବଢିଲା କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷା

ନୂଆଦିଲ୍ଲୀ, ୧୪/୦୫: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷା ବଢିଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତାଙ୍କ ଜେଡ୍ ସୁରକ୍ଷା ବିବରଣୀରେ ଏବେ ବୁଲେଟପ୍ରୁଫ୍ କାର ସହ ଅଧିକ ଯବାନଙ୍କୁ ସାମିଲ କରାଯାଇଛି । ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂର ଯୋଗୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଜେଡ୍ କାଟାଗୋରୀ ସୁରକ୍ଷା ପାଇ ଆସୁଛନ୍ତି ବୈଦେଶିକ ମନ୍ତ୍ରୀ। ଏହି ସୁରକ୍ଷା ପ୍ରକ୍ରିୟାରେ ବୁଲେଟପ୍ରୁଫ୍ କାରକୁ ମଧ୍ୟ ସାମିଲ କରାଯାଇଛି। ସାଧାରଣତଃ, ଏହି ସୁରକ୍ଷା ସେହି ଭିଭିଆଇପି ମାନଙ୍କୁ ଦିଆଯାଏ ଯେଉଁମାନେ ନିଜ ପଦବୀ ଏବଂ ପରିସ୍ଥିତି ଯୋଗୁଁ ଅଧିକ ବିପଦରେ ଥାଆନ୍ତି ।