ଗୁଜରାଟରେ ଖସି ପଡିଲା ମାଲବାହକ ରୋପଓ୍ବେ, ୬ ମୃତ

ନୂଆଦିଲ୍ଲୀ,୦୬/୦୯: ଗୁଜରାଟର ପଞ୍ଚମହଲ ଜିଲ୍ଲାର ପାୱାଗଡ ପାହାଡ଼ରେ ଥିବା ମନ୍ଦିରରେ ନିର୍ମାଣ କାର୍ଯ୍ୟ ପାଇଁ ନିର୍ମିତ ରୋପୱେ ଭାଙ୍ଗିଯାଇଛି। ଏହି ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ସଦ୍ୟତମ ସୂଚନା ଅନୁଯାୟୀ, ପାୱାଗଡ ଦୁର୍ଘଟଣାରେ ୨ ଜଣ ଲିଫ୍ଟ ଅପରେଟରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଅନ୍ୟ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପାହାଡ଼ ଉପରକୁ ନିର୍ମାଣ ସାମଗ୍ରୀ ନେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।