ଭୁବନେଶ୍ୱର,୦୬/୦୮: କେନ୍ଦୁଝର ଜିଲ୍ଲା ତେଲକୋଇରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକକୁ ପଛରୁ ଧକ୍କା ଦେଲା ଟ୍ରକ୍। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଛି। ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନ ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।ମୃତକ ହେଉଛନ୍ତି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବାହାଡାପଶି ଗାଁର ଟଙ୍କ ପାତ୍ର ଓ ତାଙ୍କ ପତ୍ନୀ ଓ ତାଙ୍କର ଏକ ୧୧ ବର୍ଷର ଝିଅ ବୋଲି ସୂଚନା ମିଳିଛି। ଖବା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଜନସନପୁର ଟୋଲଗେଟ୍ ନିକଟରୁ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି ଏବଂ ତଦନ୍ତ ଜାରି ରଖିଛି।