ମାଲକାନଗିରିରେ ଗଛରେ ପିଟି ହେଲା କାର୍, ୩ମୃତ

ଭୁବନେଶ୍ୱର,୧୬/୦୫: ଛୁଟି କାଟିବାକୁ ମାଲକାନଗିରି ଯିବା ବେଳେ ଗଛରେ ପିଟି ହେଲା କାର୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ । ବୈପାରିଗୁଡା ଥାନା ଚନ୍ଦ୍ରପଡ଼ା ଘାଟିରେ ଦୁର୍ଘଟଣା ଘଟିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ନୟାଗଡ଼ର ସୁଦୀପ୍ତ କୁମାର ସିଂ ସାମନ୍ତ ଖରାଛୁଟିରେ ମାଲକାନଗିରିରେ ରହୁଥିବା ବଡ଼ ଭାଇଙ୍କ ଘରକୁ ଯାଉଥିଲେ । କିନ୍ତୁ କାର ଭାରସାମ୍ୟ ହରାଇ ଗାଡ଼ିଟି ପିଟି ହେବାରୁ ସୁଦୀପ୍ତଙ୍କ ମା, ମାଇଁ ଶାଶୂ ଏବଂ ଜଣେ ବନ୍ଧୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ସୁଦୀପ୍ତଙ୍କ ସହ ତାଙ୍କ ପତ୍ନୀ ଓ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି । ବୈପାରିଗୁଡା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ମୃତଦେହ ଉଦ୍ଧାର କରିଛନ୍ତି ।

 

Leave a Reply

Your email address will not be published. Required fields are marked *