ନୂଆଦିଲ୍ଲୀ,୧୫/୦୩: ନେପାଳର ଗୋର୍ଖା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ସାତ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ଜୀବନ ଯାଇଛି। ପ୍ରସିଦ୍ଧ ମନକାମନା ମନ୍ଦିର ଦର୍ଶନ କରି ଶ୍ରଦ୍ଧାଳୁମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଫେରୁଥିବା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ପ୍ରାଥମିକତା ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଉଛି । ଏହି ଦୁର୍ଘଟଣା ନେପାଳର ପାହାଡିଆ ରାସ୍ତାରେ ସୁରକ୍ଷା ଏବଂ ଟ୍ରାଫିକ୍ ପରିଚାଳନା ଉପରେ ପୁଣି ଥରେ ଗମ୍ଭୀର ପ୍ରଶ୍ନ ଉଠାଇଛି । ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଇଲେକ୍ଟ୍ରିକ୍ ମାଇକ୍ରୋବସ୍ ହଠାତ୍ ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସି ପଡ଼ିଥିଲା। ଶନିବାର ସନ୍ଧ୍ୟାରେ ସହିଦ ଲଖନ ଗ୍ରାମୀଣ ପୌରପାଳିକାର କଣ୍ଟାର ଅଞ୍ଚଳରେ ବସ୍ଟି ଏକ ପାହାଡ଼ିଆ ବୁଲାଣି ରାସ୍ତାରେ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ମାଇକ୍ରୋବସ୍ରେ ୧୨ ରୁ ଅଧିକ ଯାତ୍ରୀ ଥିଲେ। ସୂଚନାନୁଯାୟୀ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ମୃତକଙ୍କ ବ୍ୟତୀତ ଅନ୍ୟ ସାତ ଜଣ ତୀର୍ଥଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭରତପୁରର ଚିତୱାନ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ଖବର ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ଦଳ ଘଟଣାସ୍ଥଳକୁ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।