ବସ୍‌-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୬ମୃତ ଓ ଅନେକ ଯାତ୍ରୀ ଗୁରୁତର ଆହତ

ଭୁବନେଶ୍ୱର,୨୫/୦୯: ବସ୍‌-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ କୋଇଡ଼ାରେ ବସ୍ ଦୁର୍ଘଟଣାରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । କେ. ବଲାଙ୍ଗ ଥାନା ନିକଟ ୫୨୦ନମ୍ବର ଜାତୀୟ ରାଜପଥରେ ରାଉରକେଲାରୁ କୋଇଡାକୁ ଆସୁଥିବା ଏକ ଘରୋଇ ବସ୍ ଅପରପାର୍ଶରୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଯାତ୍ରୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ବସ୍ ଝରକାକୁ କଟର୍ ସାହାଯ୍ୟରେ କାଟି ବାହାର କରିଛନ୍ତି ।