ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା

ଭୁବନେଶ୍ୱର,୨୭/୦୨: ଭିଜିଲାନ୍ସ ଜାଲରେ କେରେଡାଗଡ଼ ସର୍କଲ ରାଜସ୍ୱ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା । ରାଜନଗର ତହସିଲ ନିକଟରେ ଏକ ପଟାକୁ ସଂଶୋଧନ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି କଟକ ଭିଜିଲାନ୍ସ ଟିମ । ଦୀର୍ଘ ସମୟ ଧରି ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକକୁ ଭିଜିଲାନ୍ସ ଟିମ ଅନୁସରଣ କରିଥିଲା । ଅଭିଯୋଗକାରୀ ଟଙ୍କା ଦେବା ପରେ ନିରୀକ୍ଷକ ଟଙ୍କା ନେଇ ତହସିଲ ଅଫିସକୁ ଯିବା ବେଳେ ତହସିଲ ଆଗରୁ ଭିଜିଲାନ୍ସ ଟିମ ଧରିଥିଲା । ଅଧିକ ପଚରାଉଚରା ପାଇଁ ପ୍ରଦ୍ୟୁମ୍ନ କୁମାର ବେହେରାଙ୍କୁ କେନ୍ଦ୍ରାପଡ଼ା ଭିଜିଲାନ୍ସ ଅଫିସକୁ ନିଆଯାଇଛି ।

 

Leave a Reply

Your email address will not be published. Required fields are marked *