ନୂଆଦିଲ୍ଲୀ,୧୦/୧୧: ଟେଲିକମ୍ କମ୍ପାନି ଜିୟୋ, ଏୟାରଟେଲ୍ ଆଉ ଭୋଡାଫୋନ୍-ଆଇଡିଆ ନିଜର କୋଟି କୋଟି ଗ୍ରାହକଙ୍କୁ ଦେବାକୁ ଯାଉଛନ୍ତି ବଡ଼ ଝଟକା । ଖୁବଶୀଘ୍ର ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ ରିଚାର୍ଜ ପ୍ଲାନ୍ । ନୂଆ ରିପୋର୍ଟ ଅନୁସାରେ, ଆସନ୍ତା ମାସ ୧ ତାରିଖରେ ମୋବାଇଲ୍ ରିଚାର୍ଜ ପ୍ଲାନ୍ ୧୦ରୁ ୧୨ ପ୍ରତିଶତ ବୃଦ୍ଧି ପାଇପାରେ । ଯାହା ହେଲେ ବର୍ତ୍ତମାନ ୧୯୯ ଟଙ୍କା ଥିବା ରିଚାର୍ଜ ପ୍ଲାନର ଦାମ ବୃଦ୍ଧି ପାଇ ୨୯୯ ଟଙ୍କା ହେବା ସହିତ ୮୯୯ ଟଙ୍କିଆ ରିଚାର୍ଜ ପ୍ଲାନ୍ ୯୯୯ ଟଙ୍କାକୁ ବୃଦ୍ଧି ପାଇବ । ବର୍ତ୍ତମାନ ସୁଦ୍ଧା ଜିୟୋ, ଏୟାରଟେଲ୍, ଆଉ ଭୋଡାଫୋନ୍ ଆଇଡିଆ କମ୍ପାନି ରିଚାର୍ଜ ପ୍ଲାନ୍ ବୃଦ୍ଧି ନେଇ କୌଣସି ଘୋଷଣା କରିନଥିଲେ ବି, ଆସନ୍ତା ମାସ ୧ ତାରିଖରୁ ରିଚାର୍ଜ ପ୍ଲାନର ଦାମ ବଢ଼ିପାରେ ବୋଲି ଖବର ଆସିଛି । ତେବେ ବର୍ତ୍ତମାନ ସମୟରେ ୮୪ ଦିନର ଭାଲିଡିଟି ସହିତ ୨ ଜିବି ଡାଟା ମିଳୁଥିବା ପ୍ଲାନର ଦାମ ରହିଛି ୯୪୯ ଟଙ୍କାରୁ ୯୯୯ ଟଙ୍କା । ତେଣୁ ଆଗକୁ ଏହି ଦାମ ଆହୁରି ବଢ଼ିଲେ ରିଚାର୍ଜ ପ୍ଲାନର ଦାମ ମଧ୍ୟ ବୃଦ୍ଧି ପାଇବ । 5G ଆସିବା ପରେ ଏହି ଟାରିଫ୍ ପ୍ଲାନରେ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଥିଲା । ଆଉ ସତକୁ ସତ ଆସନ୍ତା ମାସରୁ ଏହି ଦାମ ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଛି ।