ଅଧା ବାଟେ ଅଟକିଲେ ମହାପ୍ରଭୁ, ଆସନ୍ତାକାଲି ସାଢ଼େ ୯ଟାରେ ପୁଣି ଥରେ ଟଣାଯିବ ରଥ

ଭୁବନେଶ୍ୱର,୨୭/୦୬: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଜି ସନ୍ଧ୍ୟାରେ ରଥଟଣା ସ୍ଥଗିତ ରଖାଯାଇଛି। ବଳଭଦ୍ରଙ୍କ ତାଳଧ୍ବଜ ବଳଗଣ୍ଡି ଠାରେ ଅଟକି ଥିବା ବେଳେ ମରିଚିକୋଟରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିଛି। ବିଶ୍ବନିୟନ୍ତା କାଳିଆ ଠାକୁର ଅଳ୍ପ ଦୂର ଆଗକୁ ବଢ଼ିଛନ୍ତି। ଆସନ୍ତାକାଲି ପୁଣି ଥରେ ମହାପ୍ରଭୁଙ୍କ ରଥ ଗଡ଼ିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସବୁ କିଛି ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି। ଆସନ୍ତାକାଲି ପୁଣି ରଥ ଟଣା ହେବ। ଆସନ୍ତାକାଲି ପୂର୍ବାହ୍‌ଣ ସାଢ଼େ ୯ଟାରେ ପୁଣି ଥରେ ରଥ ଟଣାଯିବ।