ଭୁବନେଶ୍ୱର,୦୮/୦୬: ଆଗକୁ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା। ଆଉ ଏହି ସୁରକ୍ଷାରେ କୌଣସି ତ୍ରୁଟି ହେବନି । ସେନେଇ ସମସ୍ତେ ସଜାଗ । ସ୍ନାନଯାତ୍ରା ଲାଗି ଆଜି ଏସ୍ପି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସେପଟେ ବଡ଼ଦାଣ୍ଡରେ ମଦ, ମାଂସ ବିକ୍ରି ଉପରେ ରୋକ୍ ଲଗାଇବାକୁ ସରକାର ନିୟମ ଆଣିବାକୁ ଯାଉଛନ୍ତି ।ତୀର୍ଥ କ୍ଷେତ୍ର ପୁରୀକୁ ନେଇ ବଡ଼ ଯୋଜନା କରିଛନ୍ତି ସରକାର । ଶ୍ରୀମନ୍ଦିରରୁ ୨ କିଲୋମିଟର ଯାଏଁ ରହିବନି ବାର୍ କି ମଦ ଦୋକାନ । ବଡ଼ ଦାଣ୍ଡରେ ବି ବିକ୍ରି ହୋଇପାରିବନି ଆମିଷ । ରଥଯାତ୍ରା ଭିଡ଼ ନେଇ ଆଲୋଚନା ବେଳେ ଆଜି ଏମିତି ବଡ଼ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନୂଆ ଅବକାରୀ ନୀତିରେ ଚିତ୍ର ସ୍ପଷ୍ଟ ହେବ । ଏଥିସହ କୋଭିଡ୍ ନିୟମ ମାନି ରଥଯାତ୍ରା ହେବ ବୋଲି ନେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।