ଏଣିକି ପ୍ରତି ମାସରେ ସମୀକ୍ଷା ହେବ ରଥ ଯାତ୍ରା ପ୍ରସ୍ତୁତି

ଭୁବନେଶ୍ୱର,୧୩/୦୧: ରଥଯାତ୍ରାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ ବସିଛି । ୬ ମାସ ପୂର୍ବରୁ ସବୁ ବିଭାଗକୁ ପ୍ରସ୍ତୁତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି । ଏଣିକି ପ୍ରତି ମାସ ସମୀକ୍ଷା ହେବ ରଥ ଯାତ୍ରା ପ୍ରସ୍ତୁତି । ବିଗତ ଦିନରେ ହୋଇଥିବା ତ୍ରୁଟିକୁ ଚିହ୍ନଟ ସହ କେମିତି ସୁଧାରି ହେବ ଏବଂ ଆଉ କଣ ଆବଶ୍ୟକୀୟ ପଦକ୍ଷେପ ହାତକୁ ନିଆଯିବ ସେନେଇ ରିପୋର୍ଟରେ ଉଲ୍ଲେଖ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ, ପିଇବା ପାଣି, ସ୍ୱଛତାକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ଭିଡ଼ ପରିଚାଳନା, ଟ୍ରାଫିକ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ବୈଠକରେ ପୋଲିସ ଡିଜି, ଅଗ୍ନିଶମ ବିଭାଗ ଡିଜିଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏକାଧିକ ବିଭାଗର ସଚିବ ଉପସ୍ଥିତ ଥିଲେ ।