ଭୁବନେଶ୍ୱର, ୧୬/୦୨: ବିଜେଡିର ପୂର୍ବତନ ବିଧାୟିକା ଡ.ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଛି । ସମ୍ବଲପୁର ଶାନ୍ତିନଗର ସ୍ଥିତ ନିଜ ବାସଭବନରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ସ୍ନାୟୁଜନିତ ରୋଗରେ ପୀଡ଼ିତ ଥିଲେ। ବିଜେଡି ଦଳର ନେତୃବୃନ୍ଦମାନେ ଶୋକ ପ୍ରକାଶ କରିଛନ୍ତି । ସେ ଜଣେ ଡାକ୍ତରଭାବେ ଦୀର୍ଘବର୍ଷ ଧରି କାମ କରିବା ପରେ ରାଜନୀତିରେ ଯୋଗ ଦେଇଥିଲେ । ସେ ବିଜେଡି ଟିକେଟରୁ ବିଧାୟିକା ହୋଇଥିଲେ । ସେ କେବଳ ସମ୍ବଲପୁର ନୁହେଁ ସାରା ପଶ୍ଚିମ ଓଡ଼ିଶାର ବିକାଶ କଥା ଚିନ୍ତା କରୁଥିଲେ ।