ଭୁବନେଶ୍ୱର,୧୬/୦୩: ବହୁ ଅପେକ୍ଷାର ଘଟିଲା ଅନ୍ତ। ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା ବିଧାନସଭାରେ ଆଜି ହୋଇଥିବା ମତଦାନର ଫଳାଫଳ ଆସିଛି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ବିଜୟୀ ହୋଇଛନ୍ତି। ସେହିପରି ବିଜେପି ସମର୍ଥନରେ ନିର୍ବାଚନରେ ଅବତୀର୍ଣ୍ଣ ଦିଲୀପ ରାୟ ମଧ୍ୟ ରାଜ୍ୟସଭା ଟିକେଟ୍ ପାଇଛନ୍ତି। ବିଜେଡିର ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇଥିଲା ବେଳେ ଦଳ ସମର୍ଥନ କରିଥିବା ଦତ୍ତେଶ୍ବର ହୋତା ପରାଜିତ ହୋଇଛନ୍ତି। ରାଜ୍ୟସଭାକୁ ପୁଣି ଥରେ ସୁଜିତ କୁମାର ଓ ଦିଲୀପ ରାୟ ଯାଇଥିବା ବେଳେ ମନମୋହନ ସାମଲ ଏବଂ ସଂତୃପ୍ତ ମିଶ୍ର ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି। ଅନ୍ୟପଟରେ କ୍ରସ ଭୋଟିଂ ଯୋଗୁଁ ଦତ୍ତେଶ୍ବରଙ୍କ ପାଇଁ ଫଳାଫଳ ସକରାତ୍ମକ ଆସି ନାହିଁ ବୋଲି ବିଜେଡି ଏବଂ କଂଗ୍ରେସ କହିଛନ୍ତି।