ନୂଆଦିଲ୍ଲୀ,୨୨/୦୧: ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିସନ । ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ବାଚନ କମିସନ ଚିଠି ଲେଖିଛନ୍ତି । ତେବେ ଆପଣ ଜାଣିଥିବେ ଯେ, ଏପ୍ରିଲରେ ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । ଆଉ ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜାତୀୟ ନିର୍ବାଚନ କମିସନ ଓଡ଼ିଶା ସମେତ ୧୦ ରାଜ୍ୟମାନଙ୍କର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ରିଟର୍ଣ୍ଣିଂ ଅଫିସର, ସହାୟକ ରିଟର୍ଣ୍ଣିଂ ଅଫିସର, ଭୋଟ୍ ଗ୍ରହଣ ସ୍ଥାନ ଏବଂ ବାଲଟ୍ ବକ୍ସର ପ୍ରକାର ସମ୍ପର୍କରେ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଧାନସଭା ସଚିବାଳୟକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।