ସେବେ ଯାଏ ଆମେ ଅଟକିବୁନି, ଯେବେ ଯାଏ ଆମେ ପିଓକେକୁ ଫେରାଇ ନଆଣିଛୁ: ରାଜନାଥ ସିଂ

ନୂଆଦିଲ୍ଲୀ,୨୯/୦୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୁଣି ଥରେ ପାକ୍ ଅଧିକୃତ କାଶ୍ମୀର ପିଓକେ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସେହି ଦିନ ଆଉ ଦୂର ନାହିଁ ଯେବେ ପିଓକେ ଆମର ହେବ, ଏବଂ ସେଠାକାର ଲୋକମାନେ ଭାରତକୁ ଫେରିବେ । ରାଜନାଥ ସିଂହଙ୍କ ଏହି ବୟାନରେ ପାକିସ୍ତାନ ପୁଣି ଥରେ ଆତଙ୍କିତ ହୋଇଉଠିଛି । ରାଜନାଥ ସିଂହ କହିଛନ୍ତି, ସେବେ ଯାଏ ଆମେ ଅଟକିବୁନି, ଯେବେ ଯାଏ ଆମେ ପିଓକେକୁ ଫେରାଇ ନଆଣିଛୁ । ରାଜନାଥ ସିଂହ କହିଛନ୍ତି, ଜାତୀୟ ସୁରକ୍ଷାରରେ ମେକ୍ ଇନ୍ ଇଣ୍ଡିଆ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଯଦି ଆମ ପାଖରେ ଏହି କ୍ଷମତା ନଥାନ୍ତା, ତେବେ ଆମର ସେନା ପାକିସ୍ତାନକୁ ପରାସ୍ତ କରିପାରି ନଥାନ୍ତା । ପାକିସ୍ତାନକୁ ଟାର୍ଗେଟ କରି ରାଜନାଥ ଆହୁରି କହିଛନ୍ତି, ଆତଙ୍କବାଦର ବ୍ୟବସାୟ ଚଳାଇବା ପାକିସ୍ତାନକୁ ଏକ ବଡ ମୂଲ୍ୟ ଦେବାକୁ ପଡ଼ିପାରେ ।

Leave a Reply

Your email address will not be published. Required fields are marked *